RCBର ଭିକ୍ଟ୍ରି ପରେଡ୍ ସମୟରେ ଅଘଟଣ, ୭ ମୃତ ୨୫ ଗୁରୁତର

RCBର ଭିକ୍ଟ୍ରି ପରେଡ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବଡ ଅଘଟଣ । ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା । ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୫ରୁ ଉର୍ଦ୍ଧ ଜଣ ଆହତ ହୋଇଥିବା ସୂଚନା ରହିଛି । ତେବେ ସୂଚନା ଅନୁଯାୟୀ, ଚଳିତ ବର୍ଷ IPL-୨୦୨୫ ବିଜେତା ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ୧୮ ବର୍ଷ ପରେ ଚାମ୍ପିଅନ ହୋଇଥିବାରୁ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ଭିକ୍ଟ୍ରି ପରେଡ୍ କାର୍ଯ୍ୟକ୍ରମ ଥିଲା। ତେଣୁ ଲକ୍ଷ ଲକ୍ଷ ସମର୍ଥକ ଷ୍ଟାଡିୟମ ବାହାରେ ଭିଡ଼ ଜମାଇଥିଲେ। ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଲାଠି ଚାର୍ଜ ଆରମ୍ଭ କରିଥିଲା। ଏହି ସମୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ଏବେସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୫ ଜଣ ଆହତ ହୋଇଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି।