ପୁରୀ ଉପରେ ନଜର ରଖିବ AI, ଜଗିବେ ୧୦ ହଜାର ପୋଲିସ..

ରାଜସ୍ବ ସେବା ପାଇଁ ଉଦ୍ଦିଷ୍ଟ ଇ -ରେଜିଷ୍ଟେସନ ଆପ୍ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଣିକି ଗୋଟିଏ ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା। ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା ଆପ୍ ଦ୍ଵାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ବିଭିନ୍ନ ସମସ୍ୟାର ସମାଧାନ କରିହେବ ବୋଲି ଜଣାଯାଇଛି। ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି। ପୁରୀକୁ ଜଗିବେ ପ୍ରାୟ ୧୦ ହଜାର ପୋଲିସ । ଆଣ୍ଟି ଡ୍ରୋନ୍ ସିଷ୍ଟମ ସହ ଡଗ୍ ସ୍କ୍ବାଡ୍ ଏବଂ ୨ ଶହ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ବିଏସଏଫ୍, ସିଆରପିଏଫ୍, ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କମ୍ପାନୀ ଫୋର୍ସ ରଥଯାତ୍ରାରେ ମୁତୟନ ରହିବେ। ୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ । ଟ୍ରାଫିକ୍ , ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ହୋଇଛି। ମୋଟ୍ ୨୭୫ଟି ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର ।