June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଗଲା ୩ ଜୀବନ..

ଅଜଣା ଗାଡ଼ି ଧକ୍କାରେ ଚାଲିଗଲି ୩ ନିରୀହ ଜୀବନ । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ୍ ଉପରେ। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ୩ଯୁବକଙ୍କ ମାଡିଯାଇଥିବା ସୂଚନା ରହିଛି । ମୃତକମାନେ ହେଲେ ଗୁଡାରି ବ୍ଲକ୍ କଇଠ ପଦରର ବୁଲୁ ଶବର ଓ ସୁବ୍ରତ ଶବର ଓ ଜଗନ୍ନାଥ ପୁର ଗ୍ରାମର ବାଳକୃଷ୍ଣ ଆରକା। ବିଳମ୍ବିତ ରାତିରେ ଯୁବକ ମାନେ ବାଇକ୍ ଯୋଗେ କାରିଣି ଗ୍ରାମର ଠାକୁରାଣି ଯାତ୍ରା ଦେଖିବାକୁ ଯାଉଥିଲେ। ବଂଶଧାରା ନଦୀ ବ୍ରିଜ୍ ଉପରେ ଯୁବକଙ୍କମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.