June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଭାରତୀୟ ସେନା କବଜାରେ ପାକିସ୍ତାନୀ ରେଞ୍ଜର, ଚାଲିଛି ଜେରା

ବିଜୟ ପଥ: ଜମ୍ମୁ-କାଶ୍ମୀରର ଏଲଓସିରେ ପାକିସ୍ତାନୀ ସେନା ପକ୍ଷରୁ ନିରନ୍ତର ଗୁଳିମାଡ ଜାରି ରହିଛି । ପାକିସ୍ତାନ ସେନା କୁପୱାଡା, ବାରାମୁଲ୍ଲା, ପୁଞ୍ଚ, ରାଜୌରୀ, ମେନ୍ଧାର, ନୌଶେରା, ସୁନ୍ଦରବାନି ଏବଂ ଅଖନୁର ଅଞ୍ଚଳରେ ଛୋଟ ଅସ୍ତ୍ର ସହିତ ଅକାରଣରେ ଗୁଳିଚାଳନା କରିଥିଲେ। ଏହା ପରେ ଭାରତୀୟ ସେନା ମଧ୍ୟ ଉପଯୁକ୍ତ ଜବାବ ଦେଇଥିଲା । ଶନିବାର ଦିନ ରାଜସ୍ଥାନର ଶ୍ରୀଗଙ୍ଗାନଗର ସେକ୍ଟର ସଂଲଗ୍ନ ସୀମାରୁ ବିଏସଏଫ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଗିରଫ କରିଥିଲା । ଫୋର୍ଟ ଅବ୍ବାସ ବାହାଲନଗର ଜିଲ୍ଲା, ପାକିସ୍ଥାନ ର ସୁଖାନୱାଲି ପୋଷ୍ଟ ନିକଟରେ ବିଏସଏଫ ରେଞ୍ଜରକୁ ଗିରଫ କରିଛି । ସୂଚନା ଅନୁସାରେ ପାକିସ୍ତାନୀ ରେଞ୍ଜର ଗୁପ୍ତ ଭାବରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା ।

୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଥିବା ବେଳେ ପାକିସ୍ତାନ ଏହାକୁ ଅସ୍ୱୀକାର କରିଛି । ଏହା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଏବଂ ସାମରିକ ଉତ୍ତେଜନା ବୃଦ୍ଧି ପାଇଛି, ଯେଉଁଥିରେ ଆକାଶପଥ ବନ୍ଦ କରାଯାଇଛି । ପାକିସ୍ତାନୀ ସେନା ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି ଏବଂ ପ୍ରତିଦିନ ସୀମାରେ ଗୁଳିଚାଳନା କରାଯାଉଛି । ଭାରତ ମଧ୍ୟ ନିରନ୍ତର ଉଚିତ ଜବାବ ଦେଉଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.