July 27, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ବର୍ଷକୁ ଦୁଇଥର ହେବ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା..

ସିବିଏସଇ ବୋର୍ଡରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬-୨୭ ଶିକ୍ଷାବର୍ଷରେ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଆୟୋଜନ କରାଯିବ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବାକୁ ବର୍ଷକୁ ହେବ ୨ଟି ବୋର୍ଡ ପରୀକ୍ଷା । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ରୁ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପରିଚାଳନା କରିବାକୁ ଯାଉଛି । ପରୀକ୍ଷା ନିୟନ୍ତ୍ରକ ସଂୟମ ଭରଦ୍ୱାଜ ଏହା ସ୍ପଷ୍ଟ କରିଛନ୍ତି। ସିବିଏସଇର ନୂତନ ନିୟମ ଅନୁଯାୟୀ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ବୋର୍ଡ ପରୀକ୍ଷାରେ ଯୋଗଦେବା ବାଧ୍ୟତାମୂଳକ ହେବ । ଦ୍ୱିତୀୟ ଥର ଆୟୋଜିତ ପରୀକ୍ଷାରେ ଯୋଗଦେବା ଛାତ୍ରଛାତ୍ରୀଙ୍କ ପାଇଁ ଇଚ୍ଛାଧୀନ । ବୋର୍ଡ ସ୍ପଷ୍ଟ କରିଛି ଯେ, ଛାତ୍ରଛାତ୍ରୀମାନେ ପରୀକ୍ଷାର ଗୋଟିଏ କିମ୍ବା ଉଭୟ ପର୍ଯ୍ୟାୟରେ ପରୀକ୍ଷା ଦେଲେ ମଧ୍ୟ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କେବଳ ଥରେ କରାଯିବ। ଏହି ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ସୁଯୋଗ ପ୍ରଦାନ କରିବା ହେଉଛି ସିବିଏସଇର ଲକ୍ଷ୍ୟ। ଯାହା ଦ୍ୱାରା ସେମାନେ ସେମାନଙ୍କ ପ୍ରସ୍ତୁତି ଅନୁସାରେ ଭଲ ପ୍ରଦର୍ଶନ କରିପାରିବେ ଏବଂ ସେମାନଙ୍କର ଚାପ ମଧ୍ୟ ହ୍ରାସ ପାଇବ….

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.