୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ୨୪ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ..

ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ଅଧିକାଂଶ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ପାଣିପାଗର କେନ୍ଦ୍ରର ସୂଚନା ଅନୁସାରେ, ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକକୁ ଆଲର୍ଟ ଜାରି କରାଯାଇଛି । ସେହିପରି ଅନୁଗୁଳ, ଢେଙ୍କାନାଳ ଓ ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ନେଇ ଚେତାବନୀ ସହ ଆଜି ପାଇଁ ୨୪ ଜିଲ୍ଲାକୁ ଝଡ଼ତୋଫାନ ନେଇ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ପାଣିପାଗ ବିଜ୍ଞାନୀଙ୍କ ସୂଚନା ମୁତାବକ ଏକ ଟ୍ରଫ୍ ଦକ୍ଷିଣ ପାକିସ୍ତାନରୁ ରାଜସ୍ଥାନର କେନ୍ଦ୍ରୀୟ ଅଂଶ, ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଦେଇ ବାଂଲାଦେଶର କେନ୍ଦ୍ରୀୟ ଅଂଶ ପର୍ଯ୍ୟନ୍ତ ବ୍ୟାପିଛି, ଦକ୍ଷିଣ ଉତ୍ତର ପ୍ରଦେଶ ଏବଂ ପଡ଼ୋଶୀ, ଝାଡ଼ଖଣ୍ଡ, ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗର କେନ୍ଦ୍ରୀୟ ଅଂଶ ଉପରେ ନିମ୍ନ ଚାପ କ୍ଷେତ୍ର ସହିତ ଘୂର୍ଣ୍ଣିବଳୟ ପରିସର ଉଚ୍ଚତା ସହିତ ଦକ୍ଷିଣ ଆଡକୁ ଢଳିଛି।