July 22, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ: ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମୀକ୍ଷା ବୈଠକ । ଭିଡିଓ କନଫରେନ୍ସ ଜରିଆରେ ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାପାଳଙ୍କ ସହ ସ୍ଥିତି ସମୀକ୍ଷା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ସ୍ଥିତି ସମୀକ୍ଷା ପରେ ଡାଇରିଆ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ତେବେ ସୂଚନା ଅନୁଯାୟୀ କେନ୍ଦ୍ରୀୟ ଟିମ୍ ଓ ରାଜ୍ୟ ସରକାରଙ୍କ ସୂତ୍ର ଅନୁଯାୟୀ ପାଣିରୁ ଡାଇରିଆ ବ୍ୟାପିଥିବା ଜଣାପଡ଼ିଛି । ଯେଉଁଠି ପରୀକ୍ଷା ପରେ ପାନୀୟ ଜଳର ମାନ ଖରାପ ଆସୁଛି, ସେହି ଜାଗାକୁ ସିଲ୍ କରାଯାଉଛି। ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ରୋଗୀ ସଂଖ୍ୟା କମୁଛି । ସରକାର ସକ୍ରିୟ ଭାବେ କାମ କରୁଛନ୍ତି ଓ ଲୋକଙ୍କୁ ବି ସଚେତନ କରାଯାଉଛି। ବାସି ଖାଦ୍ୟ ବିକ୍ରି ହେଉଥିଲେ ଚଢ଼ାଉ କରାଯାଇ ଫାଇନ୍ ଆଦାୟ ହେଉଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.