July 20, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, ଆମେରିକା ପଠାଯିବ ବ୍ଲାକ ବକ୍ସ..

ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦୁର୍ଘଟଣାରେ ବ୍ଲାକ୍‌ ବକ୍ସ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାର ଡାଟା ଉଦ୍ଧାର ପାଇଁ ଭାରତ ଏହାକୁ ଆମେରିକାର ନ୍ୟାସନାଲ ଟ୍ରାନ୍ସପୋର୍ଟେସନ୍‌ ସେଫଟି ବୋର୍ଡ, ଏନଟିଏସବିକୁ ପଠାଇବାକୁ ନିଷ୍ପତ୍ତି ନେଇଛି । ଜୁନ ୧୨ରେ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଡ୍ରିମଲାଇନର ଉଡ଼ାଣ ପରେ ମାତ୍ର ୩୬ ସେକେଣ୍ଡରେ ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବ୍ଲାକ୍‌ ବକ୍ସରେ ଫ୍ଲାଇଟ ଡାଟା ରେକର୍ଡର ଏଫଡିଆର୍‌ ଓ କକପିଟ୍‌ ଭଏସ୍‌ ରେକର୍ଡର୍‌ ସିଭିଆର ରହିଛି । ଯାହା ଉଚ୍ଚତା, ଗତି ଓ ପାଇଲଟଙ୍କ କଥାବାର୍ତ୍ତା ଆଦି ରେକର୍ଡ କରେ । ଦୁର୍ଘଟଣାରେ ଏହା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ ଭାରତରେ ଡାଟା ଉଦ୍ଧାର ସମ୍ଭବ ହୋଇନାହିଁ । ଏନ ଟିଏସବିର ଓ୍ୱାଶିଂଟନ୍‌ ଲାବୋରୋଟୋରିରେ ମେମୋରି ଚିପ୍‌ ଓ ଇଲେକ୍ଟ୍ରୋନିକ ସର୍କିଟ ପରୀକ୍ଷା କରାଯିବ । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ବା ଏଏଆଇବି ଏହାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.