ଅଗଷ୍ଟ ୧୫ରୁ ନୂଆ ଫାଷ୍ଟଟ୍ୟାଗ୍ ନିୟମ, କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା….

ଆସିଲା ନୂଆ ଫାସଟ୍ଯାଗ ନିୟମ । ୩ ହଜାର ଟଙ୍କା ଦେଇ ପୂରା ବର୍ଷେ ପର୍ଯ୍ୟନ୍ତ ଟୋଲ ଗେଟ୍ ରେ ଯାଇପାରିବ ଘରୋଇ ଗାଡ଼ି । ବର୍ଷେ କିମ୍ବା ୨୦୦ ଟ୍ରିପ୍ ପୂରା ହେବା ମାତ୍ରେ ୟୁଜର୍ସଙ୍କୁ ପାସ୍ ରିନ୍ୟୁ କରିବାକୁ ପଡ଼ିବ । କେବଳ ଘରୋଇ ଗାଡ଼ି ଚାଳକଙ୍କ ପାଇଁ ଏହି ନିୟମ ଲାଗୁ ହେବ । କାର୍, ଜିପ୍, ଭ୍ୟାନ୍ ପରି ଛୋଟ ଯାନ ପାଇଁ ପାସ୍ ବ୍ୟବସ୍ଥା ହେବ । ରାଜମାର୍ଗ ଯାତ୍ରା ଆପ୍, ଅଫିସିଆଲ ୱେବସାଇଟ୍ରେ ତଥ୍ୟ ରହିବ । ନୂଆ ଫାସ୍ଟ୍ୟାଗ୍ ବ୍ୟବସ୍ଥା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଅଗଷ୍ଟ ୧୫ରୁ ଏହି ନୂଆ ଫାସ୍ ଟ୍ୟାଗ୍ ନିୟମ ଲାଗୁ ହେବାକୁ ଯାଉଛି । ଫାସଟାଗ୍ ନେଇ ଏହି ନୂଆ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଥିଲା । ଜଣେ ବ୍ୟକ୍ତି ଲାଇଫଟାଇମ୍ ଫାସ୍ଟ୍ୟାଗ୍ କରିବା ନେଇ ଆଗରୁ ଥିବା ପ୍ରସ୍ତାବକୁ ସରକାର ସ୍ଥଗିତ ରଖିଛନ୍ତି । ହାଇୱେରେ ଯାତ୍ରାକୁ ଅଧିକ ସୁଗମ ଓ ସହଜ କରିବା ପାଇଁ ଏହି ନୂଆ ନୀତି ଉପରେ ସରକାର କାମ କରୁଛନ୍ତି । କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ହାଇୱେଜ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନୂଆ ବ୍ୟବସ୍ଥା ଲାଗୁ ହେଲେ ଅଧିକ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ । ବର୍ତ୍ତମାନ ଥିବା ଆନୁଷଙ୍ଗୀକ ଭିତ୍ତିଭୂମିରେ ହିଁ ଏହା କରାଯାଇପାରିବ । ଆଗରୁ ଲାଇଫଟାଇମ୍ ଫାସ୍ଟ୍ୟାଗ୍ ବ୍ୟବସ୍ଥା ସରକାରଙ୍କ ବିଚାରାଧୀନ ଥିଲା । କିନ୍ତୁ ସରକାର ଲାଇଫଟାଇମ୍ ଫାସ୍ଟ୍ୟାଗ୍ ନକରି ବର୍ଷିକିଆ ଅନଲିମିଟେଡ୍ ଅଫର୍ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ।