ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ର, ଉଠିଲା ଚାରି ନାହକା

ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ମାତ୍ର କେଇ ଦିନ ରହିଲା । ଚଳଚଞ୍ଚଳ ରଥ ଖଳା । ସାଆନ୍ତେଙ୍କ ପାଇଁ ଜୋରଦାର ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନିରଥ ପାଞ୍ଚ ଦଣ୍ଡାରେ ଆଗଆଣି, ପଛଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ଵରେ ପୋଲା ଗୟଳ ମୋଡା ଶେଷ ହୋଇଛି । ଆଜି ତିନିରଥର ଚାରିନାହାକା ଉଠିଛି । ୩୭ ଦିନରେ ରଥ ଉପରକୁ ଚାରି ନାହକା ଉଠିବା କାମ ସମ୍ପାଦିତ ହୋଇଛି । ସେପଟେ ରଥଯାତ୍ରା ପାଇଁ କରାଗଲା ବିଦ୍ୟୁତ ବିଭାଗ ମକ୍ ଡ୍ରିଲ୍ । ରଥଯାତ୍ର ଓ ସ୍ନାନଯାତ୍ରା କେମିତି ଶାନ୍ତିପୂର୍ଣ୍ଣ ଭାବରେ ହେବ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ରହିଛି । ତେବେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ୧୧ ତାରିଖରେ ଥିବା ବେଳେ ପୁରୀ ଜଗିବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ।