June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଲୋକାର୍ପିତ ହେଲା ବିଶ୍ୱର ଉଚ୍ଚତମ ଚେନାବ ରେଲଓ୍ବେ ସେତୁ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜମ୍ମୁ-କାଶ୍ମୀର ଗସ୍ତରେ ଥିବାବେଳେ ସେଠାରେ ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍‌ଘାଟନ କରିଛନ୍ତି। ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡ଼ାଇଛନ୍ତି ମୋଦୀ। ୧୫ ଶହ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ସେତୁ। ୧୩୧୫ ମିଟର ଲମ୍ବା ଏବଂ ୩୫୯ ମିଟର ଉଚ୍ଚ ଚେନାବ ସେତୁ ଫ୍ରାନ୍ସର ଆଇଫେଲ ଟାୱାରଠାରୁ ମଧ୍ୟ ୩୫ ମିଟର ଉଚ୍ଚ। କାଶ୍ମୀର ଘାଟିକୁ ଭାରତର ଅନ୍ୟାନ୍ୟ ଅଂଶ ସହିତ ସବୁ ଋତୁରେ ରେଳ ସଂଯୋଗ ଯୋଗାଇବ ଏବଂ କଟରା-ଶ୍ରୀନଗର ଯାତ୍ରା ସମୟ ହ୍ରାସ କରିବ ଏହି ସେତୁ। ଏଥିସହ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ସହଜ ହେବ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.