ବିବାହ ବନ୍ଧନରେ ବାନ୍ଧି ହେଲେ ପିନାକୀ ଓ ମହୁଆ !

ବିବାହ ବନ୍ଧନରେ ଆବଦ୍ଧ ହେଲେ ପିନାକୀ ମିଶ୍ର ଏବଂ ମହୁଆ ମୋଇତ୍ରା । ଉଭୟଙ୍କ ବିବାହ ଜର୍ମାନୀରେ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ମେ ୩ରେ ଉଭୟ ବିବାହ କରିଥିବା ନେଇ ସୂଚନା ମିଳିଛି । ସୋସିଆଲ୍ ମିଡିଆରେ ଦୁଇ ଜଣଙ୍କର ଫଟୋ ଭାଇରାଲ୍ ହେଉଛି । ମହୁଆ ଏବଂ ପିନାକୀଙ୍କ ବିବାହର ଭାଇରାଲ ଫଟୋରେ ଦୁହେଁ ପରସ୍ପରର ହାତ ଧରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ମହୁଆ ସୁନେଲି ରଙ୍ଗର ଶାଢି ପିନ୍ଧିଥିବା ନଜର ଆସିଛନ୍ତି । ତେବେ ପିନାକୀ ମିଶ୍ର କିମ୍ୱା ମହୁଆଙ୍କ ପକ୍ଷରୁ ଏନେଇ କିଛି କୁହାଯାଇନାହିଁ । ଏହି ବିବାହ ଉତ୍ସବରେ ହାତ ଗଣତି ଲୋକଙ୍କୁ ଡକାଯାଇଥିବା ଚର୍ଚ୍ଚା ହେଉଛି । ପିନାକୀଙ୍କ ବୟସ ୬୫ ବର୍ଷ ଓ ମହୁଆଙ୍କ ବୟସ ୫୦ ବର୍ଷ । ପିନାକୀ ବିଜୁ ଜନତା ଦଳରୁ ଚାରି ଥର ସାଂସଦ ରହିଥିଲେ । ସେ ପ୍ରଥମ ଥର ୧୯୯୬ମସିହାରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ବିଜୟ ହୋଇ ପୁରୀର ସାଂସଦ ହୋଇଥିଲେ । ସେହିପରିି ୧୯୭୪ ଅକ୍ଟୋବର ୧୨ରେ ଆସାମରେ ଜନ୍ମଗ୍ରହଣ କରିଥିବା ମହୁଆ ବ୍ୟାଙ୍କର ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୨୦୧୦ମସିହାରେ ମମତା ବାନାର୍ଜୀଙ୍କ ଟିଏମସି ପାର୍ଟିରେ ଯୋଗ ଦେଇଥିଲେ । ୨୦୧୯ରେ ପ୍ରଥମ ଥର ମହୁଆ ମୋଇତ୍ରା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ ନିର୍ବାଚନରେ ମଧ୍ୟ ସେ ନିର୍ବାଚତ ହୋଇ ସାଂସଦ ହୋଇଥିଲେ ।