କାୟା ବିସ୍ତାର କରୁଛି କରୋନା, ଦେଶରେ ୨୪ ଘଣ୍ଟାରେ ୨୭୬ ନୂଆ ଆକ୍ରାନ୍ତ ଚିହ୍ନଟ..

ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଦେଶରେ ମୋଟ ଆକ୍ଟିଭ କେସ୍ ୪ ହଜାର ୩୦୨ ରହିଥିବା ବେଳ , ୩ ହଜାର ୨୮୧ ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇଥିବା ସୂଚନା ରହିିଛି । ଦେଶରେ ୨୪ ଘଣ୍ଟାରେ ୨୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ଦେଶରେ ମୋଟ୍ ୭ ଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । କେରଳରେ ସର୍ବାଧିକ ୧୧୭୫ କରୋନା ସଂକ୍ରମିତ ଅଛନ୍ତି । ସେହିପରି ମହାରାଷ୍ଟ୍ରରେ ୫୧୦ଜଣ ସଂକ୍ରମିତ ଥିବା ଜଣାଯାଇଛି । ପଶ୍ଚିମବଙ୍ଗ, ଦିଲ୍ଲୀ , କେରଳ ଓ ଗୁଜରାଟରେ ମଧ୍ୟ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଓଡ଼ିଶାରେ ୧୮ରେ ପହଞ୍ଚିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। କୋଭିଡ ସଂକ୍ରମଣ ବଢୁଥିବା ବେଳେ ମୁକାବିଲା ପାଇଁ କେନ୍ଦ୍ର ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ଡାକ୍ତରଖାନାରେ ଯଥେଷ୍ଟ ପରିମାଣର ଆଇସିୟୁ ବେଡ ଓ ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିଛି । ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।