June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ଲାଗିବ ତୁଳସୀ ଗଛ..

ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ଲାଗିବ ତୁଳସୀ ଗଛ । ତୁଳସୀ ଗଛ ଲଗାଇବାକୁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଏନେଇ ସେ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖ ଦିନ ଏହି ଅଭିଯାନରେ ବ୍ୟାପକ ଭାବରେ ସହଭାଗିତା ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଡିଭାଇଡରରେ ବିଭିନ୍ନ ପ୍ରକାରର ଗଛ ଲାଗୁଛି। ଏଠାରେ ତୁଳସୀ ଗଛ ଲାଗିଲେ ଆହୁରି ଭଲ ହେବ। ତୁଳସୀ ଗଛ ଲାଗିଲେ ଟ୍ରାଫିକ୍‌ରେ କିଛି ସମୟ ପାଇଁ ଅଟକୁଥିବା ଲୋକଙ୍କୁ ଭଲ ଅମ୍ଲଜାନ ମିଳିପାରିବ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ‘ତୁଳସୀ’ର ମହାନତା ରହିଛି। ଅମ୍ଲଜାନ ଦେଉଥିବା ଗଛ ଗୁଡ଼ିକ ମଧ୍ୟରେ ଏହାର ମଧ୍ୟ ଶ୍ରେଷ୍ଠତା ଅଛି। ବାୟୁମଣ୍ଡଳରେ ଅମ୍ଲଜାନର ମାତ୍ରା ବଢ଼ାଇବାରେ ସହାୟକ ହେବ। ତେଣୁ ଟ୍ରାଫିକ୍ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.