June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ …

ଆଇଆଇଟିରେ ନାମଲେଖା ପାଇଁ ହେଉଥିବା ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ।  JEE ଆଡଭାନ୍ସ ୨୦୨୫ ରେଜଲ୍ଟ ବାହାରିଛି । ଚଳିତବର୍ଷ ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆଇଆଇଟି ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ପ୍ରଥମ ସ୍ଥାନ ହାସଲ କରିଛନ୍ତି । jeeadv.ac.in ରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ । 

ମୋଟ୍ ୧.୮୦ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୪, ୩୭୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯,୪୦୪ ଛାତ୍ରୀ ରହିଛନ୍ତି । ଏଥର ସବୁ ବର୍ଗରେ କଟଅପ କମିଛି । ଆଇଆଇଟି ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୩୬୦ରୁ ୩୩୨ ମାର୍କ ରଖିଛନ୍ତି । ଆଇଆଇଟି କାନପୁର ଦ୍ୱାରା ମେ ୧୮ରେ ଦୁଇଟି ପର୍ଯ୍ୟାୟରେ ଦେଶରେ ୨୨୨ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଏହା ସହିତ କାଠମାଣ୍ଡୁ ଓ ଦୁବାଇରେ ୨୨୪ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଏଥର ୯୦ ହଜାର ପରୀକ୍ଷାର୍ଥୀ ଜେଇଇ- ଆଡଭାନ୍ସ ପାଇଁ ପଞ୍ଜୀକରଣ କରିଥିଲେ । ୩୬୦ ମାର୍କର ପରୀକ୍ଷା ହୋଇଥିଲା । ଯେଉଁଥିରେ ପେପର-୧ ଓ ପେପର-୨ ଦୁଇଟିରେ ୧୮୦-୧୮୦ ମାର୍କର ରହିଥିଲା ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.