ଚିନ୍ତା ବଢାଉଛି କରୋନା ସଂକ୍ରମଣ, ୧୧କୁ ବୃଦ୍ଧି ସଂକ୍ରମିତଙ୍କ ସଂଖ୍ୟା..

ରାଜ୍ୟରେ ବଢୁଛି କରୋନା ଆତଙ୍କ । ଦୁଇ ଅଙ୍କ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା । ଚିହ୍ନଟ ହେଲେ ଆଉ ୩ ନୂଆ କରୋନା ଆକ୍ରାନ୍ତ । ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା । ଏଥିସହିତ ରାଜ୍ୟରେ ମୋଟ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ଏବର୍ଷ ବଢୁଥିବା କରୋନା ସଂକ୍ରମଣ ଭିତରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚାକୁ ନେଇ ବଢ଼ିଛି ଚିନ୍ତା । କୁହାଯାଉଛି, ଭୁବନେଶ୍ବରରେ ସଂପୃକ୍ତ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ସଂପୃକ୍ତ ବ୍ୟକ୍ତି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୭କୁ ଛୁଇଁଥିଲା । ପୂର୍ବରୁ ୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସାରା ଦେଶରେ ସକ୍ରିୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୩୯୫କୁ ବୃଦ୍ଧି ପାଇଛି । ୧୪୩୫ ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ ସରିଲାଣି । କେରଳରେ ସବୁଠୁ ଅଧିକ ୧୩୩୬ ଜଣ କୋଭିଡରେ ସଂକ୍ରମିତ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୬୭ ଜଣ ଓ ଦିଲ୍ଲୀରେ ୩୭୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ସାରା ଦେଶରେ ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।