June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଦୁର୍ବଳ ହେବ ଅବପାତ, ରାଜ୍ଯକୁ ନାହିଁ ବଡ ବର୍ଷା

ଆସନ୍ତା ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ । ଉତ୍ତର ବାଂଲାଦେଶ ଓ ସଂଲଗ୍ନ ମେଘାଳୟ ଉପରେ ଥିବା ଏହି ଅବପାତ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର ରାଜ୍ୟର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ରବିବାର ଉପକୂଳ ଓଡ଼ିଶା, ମୟୂରଭଞ୍ଜ ଓ କେନ୍ଦୁଝର ସମେତ ଅନ୍ୟ କିଛି ସ୍ଥାନରେ ସ୍ପଳ୍ପ ବର୍ଷା ସମ୍ଭାବନା ଅଛି। ସୋମବାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ୩, ୪ ଓ ୫ ତାରିଖରେ ମାଲକାନଗିରି, କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୌସୁମୀ ବାୟୁ ଭବାନୀପାଟଣା ଓ ପୁରୀ ଅତିକ୍ରମ କରିଛି। ଶୁକ୍ରବାର ବରଗଡ଼ ଜିଲ୍ଲାରେ ୩୫.୪ ମିମି ବର୍ଷା ହୋଇଛି । ବଲାଙ୍ଗିରରେ ୨୬.୫ ଓ ଚାନ୍ଦବାଲିରେ ୨୬.୮ ମିମି ବର୍ଷା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.