June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ସାକ୍ଷର ହାରରେ କେରଳକୁ ପଛରେ ପକାଇଲା ମିଜୋରାମ, ପୂର୍ଣ୍ଣ ସାକ୍ଷର ରାଜ୍ୟ ହେବାର ସମ୍ମାନ କଲା ହାସଲ…

ମିଜୋରାମ ଦେଶରେ ପ୍ରଥମ ରାଜ୍ୟ ଭାବେ ୧୦୦% ସାକ୍ଷରତା ହାସଲ କରି ଶିକ୍ଷା କ୍ଷେତ୍ରରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏହାର ଅର୍ଥ ହେଉଛି, ମିଜୋରାମରେ ଏବେ ଜଣେ ମଧ୍ୟ ନିରକ୍ଷର ନାହାନ୍ତି। ରାଜ୍ୟର ୧୫ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବ୍ୟକ୍ତି ଏବେ ପଢ଼ିବା, ଲେଖିବା ଓ ଗଣିତ କାର୍ଯ୍ୟ କରିବାରେ ସକ୍ଷମ। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ ଅନୁସାରେ, ମିଜୋରାମ ଏହି ସଫଳତା ULLAS (ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ) ମାଧ୍ୟମରେ ହାସଲ କରିଛି। କେନ୍ଦ୍ର ସରକାରଙ୍କର ଏହି ଯୋଜନା ଲକ୍ଷ ଲକ୍ଷ ଲୋକଙ୍କୁ ସାକ୍ଷର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କେରଳ ସମେତ ସମସ୍ତ ରାଜ୍ୟକୁ ପଛରେ ପକାଇ, ଉତ୍ତର-ପୂର୍ବର ଏହି ରାଜ୍ୟ ଦେଶର ପ୍ରଥମ ପୂର୍ଣ୍ଣ ସାକ୍ଷର ରାଜ୍ୟ ହେବାର ଗୌରବ ଅର୍ଜନ କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଏହା ଘୋଷଣା କରିଛି । କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଲାଲଡୁହୋମାଙ୍କ ଉପସ୍ଥିତିରେ ଏହା ଘୋଷଣା କରିଥିଲେ ଏବଂ ଏହି ସଫଳତା ପାଇଁ ତାଙ୍କୁ ଏକ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ। ପୂର୍ବରୁ, କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ମଧ୍ୟ 2024 ମସିହାରେ ପୂର୍ଣ୍ଣ ସାକ୍ଷରତା ଲକ୍ଷ୍ୟ ହାସଲ କରିିଥିଲା।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.