ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଯୁକ୍ତଦୁଇ ପରୀକ୍ଷା ଦେଇଥିବା ପିଲାଙ୍କ ପାଇଁ ଆସିଲା ଖୁସି ଖବର । ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷା ଫଳ । ୨ ଦିନ ଭିତରେ ବାହାରିବ ରେଜଲ୍ଟ। ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ରେଜଲ୍ଟ ପ୍ରକାଶ ପାଇବା ବିଳମ୍ବ ହେବ ନାହିଁ। ଏଥିପାଇଁ ପିଲାମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଅନପକ୍ଷରେ ଆଜି ଯୁକ୍ତ ୩ ଆବେଦନର ଶେଷ ତାରିଖ ରହିଛି। ଯୁକ୍ତଦୁଇ ରେଜଲ୍ଟ ବାହାରି ନଥିବାରୁ ପିଲାମାନେ ଯୁକ୍ତ ୩ ପାଇଁ ଆବେଦନ କରି ପାରି ନାହାନ୍ତି। ଏନେଇ ଅଭିଯୋଗ ଆସିବା ପରେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଯୁକ୍ତ ୩ ଆବେଦନ ଅବଧି ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ସହ କଥା ହୋଇଛୁ। ସମୟସୀମା ବୃଦ୍ଧି ପାଇଁ ଆଲୋଚନା