June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଲିଙ୍କ୍ ଘଟଣା: ପୁରୀର ପ୍ରିୟାଙ୍କୁ ପଚରାଉଚରା କରୁଛି IB..

ପାକିସ୍ତାନ ଲିିଙ୍କକୁ ନେଇ ଖୋଲୁଛି ଗୋଟେ ପରେ ଗୋଟେ ଗୁମର l ପାକିସ୍ତାନର ସ୍ପାଏ ଭାବେ କାର୍ଯ୍ୟ କରୁଥିବା ହରିୟାଣାର ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ପୁରୀର ପ୍ରିୟଙ୍କାଙ୍କ ସହ ଲିଙ୍କ ନେଇ ପୋଲିସ କରୁଛି ତନାଘନା । ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ IBର ପଚରାଉଚରା କରିଛି । ପୁରୀ ପୋଲିସ ସହଯୋଗରେ ଯୁବତୀଙ୍କୁ ଜେରା କରାଯାଇଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଗୁଡେଇତୁଡେଇ ପ୍ରଶ୍ନ କରିଛି IB । ୭ ମାସ ପୂର୍ବେ ପୁରୀ ଆସିଥିଲେ, ଜଗନ୍ନାଥଙ୍କ ଦର୍ଶନ କରିଥିଲେ ଜ୍ୟୋତି। କେଉଁଠି ରହୁଥିଲେ, କାହା ସହ ଭେଟିଥିଲେ ସେ ନେଇ ଯାଞ୍ଚ ଚାଲିଛି । ଜ୍ୟୋତି ତାଙ୍କ ସୋସିଆଲ ମିଡ଼ିଆରେ ପୁରୀ ଯିବା ନେଇ ଭିଡିଓ ପୋଷ୍ଟ କରିଥିଲେ। ଏନେଇ ଏକ ସ୍ପେଶାଲ ଟିମ ଗଠନ ହୋଇଛି ।

ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି କରିଛି ପୁରୀ ପୋଲିସ । ହରିୟାଣା ପୋଲିସ ସହ ଆମେ ସମ୍ପର୍କରେ ରହିଛୁ। ଆମେ ବିଭିନ୍ନ ସେଣ୍ଟ୍ରାଲ ଏଜେନ୍ସି ସହ ସମ୍ପର୍କରେ ରହିଛୁ ବୋଲି କହିଛନ୍ତି ଏସପି। ପୁରୀ ଗସ୍ତରେ କେଉଁଠି ରହିଥିଲେ କାହାକୁ ଭେଟିଥିଲେ ତଦନ୍ତ ଚାଲିଛି। ଆବଶ୍ୟକ ହେଲେ ସାଇବର ଏକ୍ସପର୍ଟଙ୍କ ପରାମର୍ଶ ନିଆଯିବ । ତଦନ୍ତ ନସାରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ଛାଡି ନଯିବାକୁ ନିର୍ଦ୍ଦେଶ ରହିଛି । ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ହରିୟାଣାର ହିସାରରୁ ଜ୍ୟୋତିଙ୍କୁ ଗିରଫ କରିଥିଲା ସୁରକ୍ଷା ଏଜେନ୍ସି।

ଜ୍ୟୋତିଙ୍କ ସହ ଲିଙ୍କ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ପ୍ରିିୟଙ୍କା। ତଦନ୍ତକାରୀ ସଂସ୍ଥା ମୋତେ ପଚରାଉଚରା କରିବାକୁ ଚାହିଁଲେ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି କହିଛନ୍ତି ପ୍ରିୟଙ୍କା। ଜ୍ୟୋତି କେବଳ ମୋର ଜଣେ ବନ୍ଧୁ ଥିଲା। ମୁଁ ତା ସହ ୟୁଟ୍ୟୁବ ମାଧ୍ୟମରେ ସଂସ୍ପର୍ଶରେ ଆସିଥିଲି ବୋଲି କହିଛନ୍ତି ପ୍ରିୟଙ୍କା। ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ରହିଛି, ତାହା ବିଷୟରେ ମୁଁ କିଛି ଜାଣି ନଥିଲି। ଯଦି ଜାଣିଥାନ୍ତି ଜ୍ୟୋତି ଶତ୍ରୁ ଦେଶ ପାଇଁ ଗୁପ୍ତଚରବୃତ୍ତି କରୁଛି, ତେବେ ମୁଁ ତା ସହ ସଂସ୍ପର୍ଶରେ ରହି ନଥାନ୍ତି ବୋଲି ପୁରୀ ଯୁବତୀ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.