June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଚାରମିନାର ନିକଟରେ ଭୟଙ୍କର ଅଗ୍ନିକାଣ୍ତ , ୧୭ ଜଣ ଜୀବନ ଦଗ୍ଧ…

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିିକାଣ୍ତ । ଚାରମିନାର ନିକଟରେ ଥିବା କୋଠାରେ ଭୟଙ୍କର ନିଆଁ ଲାଗି ୧୭ ଜଣ ଜୀବନ ଦଗ୍ଧ ହୋଇଛନ୍ତି । ତିନି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା କାମ ଜାରି ରହିଛି । ତେବେ ସର୍ଟ ସର୍କିଟିରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏଯାବତ କୌଣସି ସ୍ପଷ୍ଟ ହୋଇ ନଥିବାବେଳେ ଭୟଙ୍କର ଭାବେ ନିଆଁ ଜଳୁଛି । ଘଟଣାସ୍ଥଳରେ ଜୋରସୋରରେ ରେସ୍କ୍ୟୁ ଅପରେସନ ଜାରି ରହିଥିବାବେଳେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଲୋକେ ବେଶ ଭୟଭୀତ ରହିଥିବାବେଳେ ବହୁ ଆହତଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଉଛି । ତେବେ ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଖବର ମିଳିଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.