July 25, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ବିଶ୍ବ ଦେଖିଲା ଭାରତର ଶକ୍ତି, ପାକିସ୍ତାନର ଅଣ୍ଟା ଭାଙ୍ଗିଥିଲା ବ୍ରହ୍ମୋସ..

ବିଜୟ ପଥ: ବିଶ୍ବ ଦେଖିଲା ଭାରତର ଶକ୍ତି । ଭାରତ ପାକିସ୍ତାନ ମଧ୍ଯରେ ଚାଲିଥିବା ସଂଘର୍ଷ ମଧ୍ଯରେ ଭାରତ ଦେଖାଇଥିଲା ତାର ପରାକ୍ରମ । ଅପରେସନ ସିନ୍ଦୂରରେ ପାକିସ୍ତାନର ଅଣ୍ଟା ଭାଙ୍ଗିଥିଲା ଭାରତର ଅଜେୟ ଯୁଦ୍ଧାସ୍ତ୍ର ବ୍ରହ୍ମୋସ । ପ୍ରଥମ ଥର ପାଇଁ ଯୁଦ୍ଧ ମୈଦାନରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଭାରତ । ଗୋଟିଏ କି ଦୁଇଟି ନୁହେଁ, ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଉପରେ ୧୫ଟି ବ୍ରହ୍ମୋସ୍ ମିସାଇଲ୍ ମାଡ଼ କରିଛି ଭାରତ । ଟାର୍ଗେଟରେ ଥିଲା ପାକିସ୍ତାନର ରାଡାର ଓ ଏୟାର ଡିଫେନ୍ସ ସିଷ୍ଟମ। ପ୍ରଥମେ ପାଇଲଟ୍ ବିହୀନ ଟାର୍ଗେଟ ଏୟାରକ୍ରାପ୍ଟ ଛାଡ଼ି ପାକିସ୍ତାନର ରାଡାର ଓ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରିଥିଲା। ଆଉ ତା’ପରେ ଡ୍ରୋନ୍ ମାଧ୍ୟମରେ ସେହି ବ୍ୟବସ୍ଥାଗୁଡ଼ିକୁ ନିଷ୍କ୍ରିୟ ଏବଂ ଧ୍ୱଂସ କରିଦେଇଥିଲା। ଏଭଳି କରି ବ୍ରହ୍ମୋସ ଏବଂ ସ୍କାଲ୍ପ କ୍ରୁଜ ମିସାଇଲ ବ୍ୟବହାର କରିବାକୁ ରାସ୍ତା ସଫା କରିଦେଇଥିଲା ଭାରତୀୟ ବାୟୁସେନା। ମେ’ ୯ ଓ ୧୦ ତାରିଖ ରାତିରେ ପାକିସ୍ତାନର ପ୍ରମୁଖ ବାୟୁସେନା ଘାଟିଗୁଡ଼ିକୁ ଟାର୍ଗେଟ କରି ପ୍ରାୟ ୧୫ଟି ବ୍ରହ୍ମୋସ ମିସାଇଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ନିକ୍ଷେପ କରିଥିଲା। ଭାରତର ଏହି ଅପରେସନ ପାକିସ୍ତାନର ୧୩ଟି ପ୍ରମୁଖ ବାୟୁସେନା ଘାଟି ମଧ୍ୟରୁ ୧୧ଟିକୁ ଛାରଖାର କରିଦେଇ ପାକର ବାୟୁ ପ୍ରତିରକ୍ଷା ନେଟୱାର୍କ ଏବଂ ସାମରିକ ଭିତ୍ତିଭୂମିକୁ ଧ୍ୱଂସ କରିଦେଇଥିଲା।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.