June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

କମିଲା ନନ୍ଦନକାନନରେ ସିଂହ ସଂଖ୍ୟା, ଚିକିତ୍ସାଧୀନ ଅବସ୍ଥାରେ ସିଂହ ଆକାଶର ମୃତ୍ୟୁ..

ଭୁବନେଶ୍ବର: ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ସିଂହ ଆକାଶର ମୃତ୍ୟୁ l ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲା ଆକାଶ । କିଛି ଦିନ ହେବ ସିଂହ ଆକାଶ ଖାଦ୍ୟ ଖାଉନଥିଲା କି ଛିଡ଼ା ହୋଇପାରୁନଥିଲା । ସେ କେବଳ ଶୋଇରହୁଥିଲା । ଗତ ବିଳମ୍ବିତ ରାତିରେ ତାର ମୃତ୍ୟୁ ଘଟିଛି l ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି l ୨୦୧୪ ମସିହାରେ ବେଙ୍ଗଲର ଚିଡିଆଖାନାରୁ ନନ୍ଦନକାନନକୁ ସିଂଘ ଆକାଶକୁ ଅଣାଯାଇଥିଲା l ସେ ସମୟରେ ସିଂଘକୁ ୪ ବର୍ଷ ହୋଇଥିଲା l ନନ୍ଦନକାନନରେ ସିଂହ ମାନଙ୍କ ସଂଖ୍ୟା ୨୬କୁ ହ୍ରାସ ପାଇଛି l

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.