ଓଡ଼ିଶାକୁ ନାହିଁ ବାତ୍ୟା ଭୟ..

ଓଡ଼ିଶାକୁ ନାହିଁ ବାତ୍ୟା । ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ । ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓଡ଼ିଶାକୁ ବାତ୍ୟାର ଭୟ ନାହିଁ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି । ତେବେ ବାଂଲାଦେଶୀ ପାଣିପଗା ବିଶେଷଜ୍ଞ ମୋସ୍ତାଫା କାମାଲ ପାଲା କହିଛନ୍ତି, ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ। ମେ ୧୬ରୁ ୧୮ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବାନା ରହିଛି। ଏହା ମେ ୨୩ ରୁ ୨୮ ମଧ୍ୟରେ ବାତ୍ୟାରେ ପରିଣତ ହୋଇପାର। । ବିଶେଷ ଭାବେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଉପଖଣ୍ଡ ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଥିବା ମୋସ୍ତୋଫା ସୋସିଆଲ ମିଡିଆରେ ଲେଖିଛନ୍ତି। ଏନେଇ ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ ସତର୍କ ସୂଚନା ଜାରି ହୋଇଛି। ତେବେ ଏ ନେଇ ଆଇଏମଡି ଏପର୍ଯ୍ୟନ୍ତ ନିଶ୍ଚିତ କରି ନାହିଁ।