ଆଶ୍ବସ୍ତି ଆଣିପାରେ କାଳବୈଶାଖୀ, ୨୦ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର: ଅସହ୍ୟ ହେଲେଣି ତାତିି । ତତଲା କଡ଼େଇରେ ସିଝୁଛନ୍ତି ରାଜ୍ଯବାସୀ । ତେବେ ଏହାରି ମଧ୍ଯରେ ରାଜ୍ଯବାସୀଙ୍କ ପାଇଁ ଟିକେ ଆଶ୍ବସ୍ତି ଆଣି ପାରେ କାଳବୈଶାଖୀ। ଆଜି ଅଧାରୁ ଅଧିକ ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଖୋର୍ଦ୍ଧା, ପୁରୀ , କଟକ , ଜଗତସିଂହପୁର, ଭଦ୍ରକ , ବାଲେଶ୍ୱର , ମୟୂରଭଞ୍ଜ , କେନ୍ଦୁଝର , କେନ୍ଦ୍ରାପଡ଼ା , ଯାଜପୁର , ନୟାଗଡ଼ , ଗଞ୍ଜାମ , ଗଜପତି , ରାୟଗଡ଼ା , କୋରପୁଟ , ମାଲକାନଗିରି , ନବରଙ୍ଗପୁର , ନୂଆପଡ଼ା , କଳାହାଣ୍ତି ଓ ବଲାଙ୍ଗୀର ଏପରି ୨୦ ଜିଲ୍ଲାକୁ କାଳବୈଶାଖୀ ସତର୍କତା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଘଡ଼ଘଡ଼ି ବର୍ଷା ସହ କିଛି ସ୍ଥାନରେ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ୪ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଲବଲ କରିବ ତାତି। ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।