June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଆସନ୍ତାକାଲିି ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇ..

ବିଜୟ ପଥ: ଦେଶର ନୂତନ ପ୍ରଧାନ ବିଚାରପତି ଭାବେ ଆସନ୍ତାକାଲିି ଶପଥ ଗ୍ରହଣ କରିବେ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇ । ତାଙ୍କୁ ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଏହା ପୂର୍ବରୁ ଆଜି ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ୍ ସଞ୍ଜୀବ ଖନ୍ନା। ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ଆଜି ସକାଳେ ଜଷ୍ଟିସ୍ ବି.ଆର. ଗବାଇଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ସୁପ୍ରିମକୋର୍ଟରେ ତାଙ୍କ ସହକର୍ମୀଙ୍କଠାରୁ ବିଦାୟ ନେଇଥିଲେ। ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଗବାଇଙ୍କ କାର୍ଯ୍ୟକାଳ ପ୍ରାୟ ଛଅ ମାସ ହେବ ଏବଂ ନଭେମ୍ବର ୨୦୨୫ରେ ତାଙ୍କର ଅବସର ସହିତ ଶେଷ ହେବ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.