July 21, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ

ଭୁବନେଶ୍ବର: ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡ଼ିଶାରେ ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇ ଅଧିକ ସଂଖ୍ୟକ ଝିଅ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାରେ ମୋଟ୍ ୧ ଲକ୍ଷ ୩୦ ହଜାର ୧୬୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମୋଟ୍ ପାସ୍ ହାର ରହିଛି ୯୩.୬୬ ପ୍ରତିଶତ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର ୨.୩୭ ଅଧିକ ରହିଛି । ଭୁବନେଶ୍ବର ଜୋନରେ ପାସ ହାର ୯୨.୬୪% । ଦେଶରେ ମୋଟ୍ ୨୪ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଦେଇଥିଲେ । ଓଡିଶାରେ ମୋଟ୍ ୧ ଲକ୍ଷ ୩୦ ହଜାର ୧୬୩ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୩. ୮୩% ରହିଛି । ଛାତ୍ରଙ୍କ ପାସ୍ ହାର ୯୨.୬୩ % ରହିଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.