ଅପରେସନ ସିନ୍ଦୂରକୁ ନେଇ ପ୍ରଥମ ଥର ପାଇଁ ଦେଶକୁ ସମ୍ବୋଧନ କରିବେ ମୋଦୀ..

ସୋମବାର ରାତି ୮ରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରେସନ ସିନ୍ଦୂର ପରେ ପିଏମ ମୋଦୀଙ୍କ ଏହା ହେବ ପ୍ରଥମ ସମ୍ବୋଧନ। ସୂଚନାଥାଉକି, ପହଲଗାମ ଆକ୍ରମଣ ପରଠାରୁ ପିଏମ ମୋଦୀ ଲଗାତାର ଏହି ଘଟଣାକୁ ନେଇ ସକ୍ରିୟ ଅଛନ୍ତି। ଅପରେସନ ସିନ୍ଦୂର ପରେ ସେ ସେନା ମୁଖ୍ୟ, ସିଡିଏସ, ଏନଏସଏ ଠାରୁ ଅପରେସନର ବିଷୟରେ ବୁଝୁଛନ୍ତି। ସିଜଫାୟାର ପରଠାରୁ ଲଗାତାର ତିନି ସେନାର ମୁଖ୍ୟ ଅପରେସନ ସିନ୍ଦୂର ଉପରେ ଗଣମାଧ୍ୟମ ସମ୍ମିଳନୀ କରୁଛନ୍ତି। ହେଲେ ପ୍ରାୟ ଚାରି ଦିନର ସଂଘର୍ଷ ପରେ ଗତ ଶନିବାର ସିଜଫାୟାର ଘୋଷଣା ହୋଇଥିଲା। ସଂଘର୍ଷ ଉପରେ ବିରାମ ଲାଗିଥିଲା। ଦୁଇ ଦେଶର ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ପରେ ଏହି ନିଷ୍ପତ୍ତି ହୋଇଥିଲା। ସୋମବାର ସନ୍ଧ୍ୟାରେ ପରବର୍ତ୍ତୀ ବୈଠକ ହେବାକୁ ଯାଉଛି। ଏହି ବୈଠକ ପରେ ହିଁ ସ୍ପଷ୍ଟ ହେବ ଏହି ଅସ୍ତ୍ରବିରତି ଆଗକୁ ଜାରି ରହିବ କି’ ନାହିଁ।