ଆସିଲା ଖୁସି ଖବର, ଶସ୍ତା ହେଲା ସୁନା.. ଜାଣନ୍ତୁ କେତେ

ଭୁବନେଶ୍ୱର: କମିଲା ସୁନା ଦର। ଗତ କିଛି ଦିନ ହେବ ହୁହୁ ହୋଇ ବଢିବାରେ ଲାଗିିଥିବା ଦରରେ ସମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୬୫୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୧୮୦୦ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮,୬୮୦ ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧୮୦୦ଟଙ୍କା ହ୍ରାସ ପାଇବା ସହ ୯୬,୮୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୬୫୦ଟଙ୍କା ହ୍ରାସ ୯୦,୪୫୦ଟଙ୍କାରୁ ୮୮,୮୦୦ ଟଙ୍କା ରହିଛି ।