July 23, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ..

ଆସନ୍ତା ୧୨ ତାରିଖରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ । ସକାଳ ୧୦ଟାରେ ହାଇକୋର୍ଟ ପରିସରରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ । କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିଲେ ଜଷ୍ଟିସ ଶ୍ରୀପଦ । ଜଷ୍ଟିସ ଶ୍ରୀପଦଙ୍କର କର୍ଣ୍ଣାଟକ ହାଇକୋର୍ଟରୁ ଓଡିଶା ହାଇକୋର୍ଟ ବଦଳି ହୋଇଛି । ଜଷ୍ଟିସ ଶ୍ରୀପଦ ଜୁଲାଇ ୨୦,୧୯୬୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୮ ମସିହା ଫେବ୍ରୁଆରୀ ୧୪ ତାରିଖ ରେ ସେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୦୨୦ ଜାନୁଆରୀ ୭ ତାରିଖରେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.