June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

କଡାକଡି ହେବ ସୀମା ସୁରକ୍ଷା, ଯୋଡ଼ିହେବ ୧୬ ନୂଆ ବାଟାଲିଅନ

ବିଜୟ ପଥ: ବଢିବ ସୀମାରେ ସୁରକ୍ଷା ବଳ । ଯୋଡ଼ି ହେବ ୧୬ ନୂଆ ବାଟାଲିଅନ। ଏଥିପାଇଁ ସୃଷ୍ଟି ହେବ ୧୭ ହଜାର ନୂଆ ପଦବୀ। ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ଭାରତ ପ୍ରତି ଅଧିକ ବିପଦ ସୃଷ୍ଟି ହେଉଥିବାରୁ ବିଏସଏଫ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ସହିତ ପଶ୍ଚିମାଞ୍ଚଳ ଏବଂ ପୂର୍ବାଞ୍ଚଳରେ ୨ଟି ନୂଆ ଫରଓ୍ବାର୍ଡ ହେଡ୍‌କ୍ଵାର୍ଟର୍ସ ପ୍ରତିଷ୍ଠା ଲାଗି ମଧ୍ୟ ଯୋଜନା ରହିଛି। ଏହି ଦୁଇଟି ନୂଆ ଫରଓ୍ବାର୍ଡ ହେଡ୍‌କ୍ଵାର୍ଟର୍ସ ଅଧୀନରେ ୧୬ ବାଟାଲିଅନ ରହିବେ । ଏହି ବାଟାଲିଆନ୍ ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ଲାଗି ମୁତୟନ ହେବେ। ଗୋଟିଏ ଫରଓ୍ବାର୍ଡ ହେଡ୍‌କ୍ଵାର୍ଟର୍ସ ଜାମ୍ମୁରେ ଏବଂ ଅନ୍ୟଟି ମିଜୋରମରେ ପ୍ରତିଷ୍ଠା ହେବ। ଏଥିପାଇଁ ସରକାରଙ୍କ ତରଫରୁ ପ୍ରାରମ୍ଭିକ ଅନୁମୋଦନ ମିଳିସାରିଛି। ଚୂଡ଼ାନ୍ତ ଅନୁମୋଦନ ପାଇଁ ଅପେକ୍ଷା ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.