୬ ସାଇବର ଲୁଟେରା ଗିରଫ, ୪ ଲକ୍ଷ ଟଙ୍କା ଜବତ

କଟକ: ସ୍ୱଳ୍ପ ନିବେଶରେ ଅଧିକ ଲାଭ ଲୋଭରେ ସାଇବର ଠକେଇ । ଜଣେ ଏଲଆଇସି ଅଧିକାରୀଙ୍କୁ ସାଇବର ଠକ ମାନେ ଠକେଇ କରିବା ଅଭିଯୋଗରେ କଟକ ସାଇବର ଥାନା ପୋଲିସ । ୬ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଠକଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିବା ବେଳେ ୭ ଲକ୍ଷ ଟଙ୍କାର ଫ୍ରିଜ୍ ଜବତ କରାଯାଇଛି । ସମସ୍ତ ଠକଙ୍କ ଘର ବଲାଙ୍ଗୀର ପାଟଣାଗଡ ଅଞ୍ଚଳରେ ବୋଲି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି କହିଛନ୍ତି । ଠକଙ୍କ ଠାରୁ ମୋବାଇଲ ଓ ବିଭିନ୍ନ ବ୍ୟାଙ୍କର ୧୬ଟି ପାସ୍ ବୁକ୍ ଓ ଚେକ୍ ବୁକ୍ ସହ ୧୬ଟି ଏଟିଏମ କାର୍ଡ ଜବତ କରାଯାଇଛି ।