July 27, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଆତଙ୍କୀଙ୍କୁ ନାହିଁ ନିସ୍ତାର, କୁଲଗାମରେ ସେନାର ସର୍ଚ୍ଚ ଅପରେସନ…

ପହଲଗାମ୍ ବୈସରଣ ଉପତ୍ୟକାରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ପରେ ଭାରତ ଆତଙ୍କୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କସରତ ଆରମ୍ଭ କରିଛି । କୁଲଗାମରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । କୁଲଗାମ ନିକଟ ବତଲ ହାମରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଛି । ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗତିବିଧି ସଂପର୍କରେ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଆରମ୍ଭ ହୋଇଛି ସେନା ଅଭିଯାନ । ଏନକାଉଣ୍ଟର ସମୟରେ ଅଘଟଣ ଆଶଙ୍କାରେ ସ୍ଥାନୀୟ ଅଞ୍ଚଳକୁ ଖାଲି କରାଯାଇଛି । ସ୍ଥାନୀୟ ଲୋକଙ୍କୁ ଢାଲ କରି ଆତଙ୍କବାଦୀ ଖସିଯିବାର ସମ୍ଭାବନା ରହିଛି । ତେଣୁ ଆତଙ୍କବାଦୀ ଲୁଚିଥିବା ଅଞ୍ଚଳକୁ ଘେରବନ୍ଦୀ କରିଛନ୍ତି ସେନା ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.