June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଭୁବନେଶ୍ୱର ଛାଡିଲେ ପାକିସ୍ତାନୀ ମହିଳା

ଭୁବନେଶ୍ୱର: ଓଡ଼ିଶା ଛାଡିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ । ୨୦୨୪ରେ ନଗମାଙ୍କ ଦୀର୍ଘ ମିଆଦୀ ଭିସା ଅବଧି ସରିଥିଲା । ସେ ଏକ୍ସିଟ୍ ପରମିଟ୍ ଆବେଦନ କରିଥିଲେ । ଅତଙ୍କୀ ଆକ୍ରମଣ ପରେ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ ନୋଟିସ୍ ଦିଆଯାଇଥିଲା । ନୋଟିସ୍ ପରେ ସେ ଭୁବନେଶ୍ୱର ଛାଡିଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଓଡ଼ିଶାରେ ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ନୋଟିସ୍ ଜାରି ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ୍ଷ୍ମୀସାଗର ଥାନା ବିଜେବି ନଗରରେ ରହୁଥିବା ୫୩ ବର୍ଷୀୟ ନଗମା ୟୁସୁଫ୍‌ଙ୍କୁ ମଧ୍ୟ ପୋଲିସ ନୋଟିସ୍‌ ଜାରି କରିଥିଲା । ଭାରତ ଛାଡ଼ି ତୁରନ୍ତ ପାକିସ୍ତାନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୋଟିସ୍‌ ପାଇବା ପରେ ନଗମା ପାକିସ୍ତାନ ଯିବାକୁ ପ୍ରସ୍ତୁତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.