ଭୂସ୍ବର୍ଗ ଯିବାକୁ ଡରୁଛନ୍ତି ପର୍ଯ୍ୟଟକ, ଚିନ୍ତାରେ ବ୍ଯବସାୟୀ

ବିଜୟ ପଥ: ଭାରତର ଭୂସ୍ବର୍ଗ କୁହାଯାଉଥିବା କାଶ୍ମୀର ପ୍ରାକୃତିିକ ସୌନ୍ଦର୍ଯ୍ୟରେ ଭରପୁର । ଏହି ପ୍ରକୃତିିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିିବା ପାଇଁ ବର୍ଷ ତମାମ ପର୍ଯ୍ୟଟକ ସେଠାରେ ଡେରା ପକାଇଥାନ୍ତି । ହେଲେ ଏପ୍ରିଲ ୨୨ ତାରିଖରେ ହୃଦୟ ବିଦାରକ ଆତଙ୍କୀ ଆକ୍ରମଣ ପରେ ପର୍ଯ୍ୟଟକ କାଶ୍ମୀର ଯିବାକୁ ଡରୁଛନ୍ତି । ସୂଚନା ମୁତାବିକ, ୯୫ ପ୍ରତିଶତ ପର୍ଯ୍ୟଟକ ସେମାନଙ୍କ ଟିକେଟ କ୍ୟାନସଲ କରିଛନ୍ତି । ସୁନ୍ଦର ଭାବେ ଚାଲୁଥିବା ବ୍ୟବସାୟ ସମ୍ପୁର୍ଣ୍ଣ ଠପ ହୋଇଯାଇଛି। କାଶ୍ମୀରର ଅର୍ଥ ବ୍ୟବସ୍ଥା ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରେ । ସ୍ଥାନୀୟ ବାସିନ୍ଦା ଓ ବ୍ଯବସାୟୀ ସଙ୍ଘ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଗତ କିଛି ଦିନ ଧରି ବ୍ୟବସାୟ ଭଲ ଚାଲୁଥିଲା। ମାତ୍ର ଆତଙ୍କୀ ଆକ୍ରମଣ ଏହି ଶିଳ୍ପକୁ ପ୍ରଭାବିତ କରିଛି । ଏବେ ଏତେ ବଡ଼ ଆତଙ୍କବାଦୀ ହମଲା ପରେ ଆଗକୁ ପର୍ଯ୍ୟଟକଙ୍କ ଆଗମନ କମିବ ନା ସବୁ କିଛି ପୂର୍ବ ଭଳି ଫେରି ଆସିବ ତାହା ସମୟ କହିବ ।