June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଭାରତକୁ ବିଲୱାଲ ଭୁଟ୍ଟୋଙ୍କ ଖୋଲା ଧମକ୍, ସିନ୍ଧୁ ନଦୀରେ ବହିବ ପାଣି, ନଚେତ୍‌ ଭାରତୀୟଙ୍କ ରକ୍ତ

ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ତୀବ୍ର ହେବାରେ ଲାଗିଛି ଭାରତ-ପାକ୍ ମଧ୍ୟରେ କୂଟନୈତିକ ସଂପର୍କ । ଭାରତ ଓ୍ୱାଟର ଷ୍ଟ୍ରାଇକ୍, ଡିଜିଟାଲ୍ ଷ୍ଟ୍ରାଇକ୍ କରିବା ପରେ ଆରମ୍ଭ ହୋଇଛି ଦୁଇ ଦେଶ ମଧ୍ୟରେ ପ୍ରାକ୍ ଯୁଦ୍ଧ ପରିସ୍ଥିତି । ଭାରତ କଥାରେ ନୁହେଁ କାମରେ କରି ଦେଖାଉଥିବାବେଳେ ପାକିସ୍ତାନ ଭାରତ ବିରୋଧରେ କଥା କହି ନିଜ ଜନତାଙ୍କୁ ଉସକେଇବାରେ ଲାଗିଛି । ଏହାରି ମଧ୍ଯରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟିର ମୁଖ୍ୟ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ । ସେ ଭାରତକୁ ଟାର୍ଗେଟ କରି ଆକ୍ରମଣାତ୍ମକ ଓ ଉତ୍ତେଜନାମୂଳକ ବୟାନ ଦେଇ ପରିସ୍ଥିତିକୁ ଆହୁରି ଅଧିକ ଗମ୍ଭୀର କରିଛନ୍ତି ।

ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବିଲାୱାଲ ଭୁଟ୍ଟୋ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଭାରତକୁ ସିଧାସଳଖ ଧମକ ଦେଇଛନ୍ତି । ସେ କହିଛନ୍ତି, “ମୁଁ ସିନ୍ଧୁ ନଦୀ କୂଳରେ ଠିଆ ହୋଇ ଭାରତକୁ କହିବାକୁ ଚାହେଁ ଯେ ସିନ୍ଧୁ ଆମର ଓ ଏହା ଆମର ରହିବ। ଆମର ପାଣି ଏହି ନଦୀ ଦେଇ ପ୍ରବାହିତ ହେବ ନଚେତ୍ ସେମାନଙ୍କର ରକ୍ତ ଏଥିରେ ପ୍ରବାହିତ ହେବ। ଏହି ବିବୃତ୍ତିକୁ ଭାରତ ବିରୋଧରେ ହିଂସା ପାଇଁ ଏକ ଖୋଲା ଖୋଲି ଧମକ ଦେଇଛନ୍ତି ବିଲାୱାଲ ଭୁଟ୍ଟୋ । ଏହାସହ ସେ ଆହୁରୀ ମଧ୍ୟ କହିଛନ୍ତି, ନିଜର ଦୁର୍ବଳତାକୁ ଲୁଚାଇବା ଏବଂ ଲୋକଙ୍କୁ ମୂର୍ଖ ବନାଇବା ପାଇଁ, ମୋଦି ମିଥ୍ୟା ଅଭିଯୋଗ ଆଣି ଏକପାଖିଆ ଭାବରେ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିଛନ୍ତି। ସିନ୍ଧୁ ଜଳ ପ୍ରସଙ୍ଗରେ ଭାରତ ଏକାକୀ ନିଷ୍ପତ୍ତି ନେଇ ପାରିବ ନାହିଁ, ସିନ୍ଧୁ ଆମର ଓ ଆମେ ଏହା ପାଇଁ ସୀମାରେ ଓ ପାକିସ୍ତାନ ଭିତରେ ମଧ୍ୟ ଲଢ଼ିବୁ। ଆମର ସ୍ୱର ଭାରତକୁ ଉଚିତ ଜବାବ ଦେବ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.