June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର

ଭୁବନେଶ୍ବର: ମେ’ରେ ଲକ୍ଷେ ଘର ବାଣ୍ଟିବେ ସରକାର । ଅନ୍ତୋଦୟ ଗୃହ ଯୋଜନାରେ ମିଳିବ ଘର । ଯୋଗ୍ୟହିତାଧିକାରୀଙ୍କୁ ୨ ମାସରେ ମିଳିବ ୫ ଲକ୍ଷ ଘର । ଅନ୍ତୋଦୟ ଗୃହ ଯୋଜନାରେ ଆଉ ଲକ୍ଷେ ହିତାଧିକାରୀଙ୍କୁ ସାମିଲ କରାଯିବା ନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଶାରୀରିକ ଅକ୍ଷମ, ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ, ପଦ୍ମଶ୍ରୀ ଭଳି ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ଏଥିରେ ସାମିଲ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା। ମେ’ ମାସ ଶେଷ ଯାଏଁ ଚାଲିବ ଆବାସ ସର୍ଭେ । ସେପଟେ ଏବେ ସୁଦ୍ଧା ୨୯ଲକ୍ଷ ହିତାଧିକାରୀ ସର୍ଭେରେ ଯୋଡି ହୋଇଥିବା କହିଲେ ମନ୍ତ୍ରୀ । ସର୍ଭେରେ ହିତାଧିକାରୀଙ୍କୁ ଯୋଡି ପାଇଁ ଚାଲିଛି ବ୍ୟାପକ ସଚେତନତା ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.