June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ବକ୍ସ ଖଟରେ ସ୍ତ୍ରୀର ମୃତଦେହ ଲୁଚେଇ ରଖିଥିଲା ସ୍ବାମୀ

ନବରଙ୍ଗପୁର: ସ୍ତ୍ରୀକୁ ମାରି ବକ୍ସ ଖଟରେ ଲୁଚେଇ ରଖିଥିଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରି ଖଟରେ ଥିବା ବାକ୍ସରେ ଲୁଚାଇ ଘରକୁ ତାଲା ପକାଇ ସ୍ୱାମୀ ଫେରାର । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦି ଗାଁରେ । ମୃତ ମହିଳା ଜଣକ ହେଲେ ଅନିତା ସୋରି। ହତ୍ୟାକାରୀ ସ୍ୱାମୀ ହେଲେ ଦୁଷ୍ମନ୍ତ ନାୟକ । ମହିଳାଙ୍କ ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାପରେ ଚନ୍ଦାହାଣ୍ଡି ପୋଲିସ ପହଞ୍ଚି ଘର ତାଲା ଭାଙ୍ଗି ବେଡ୍ ବକ୍ସ ଭିତରେ ମହିଳାଙ୍କ ଶବ ଦେଖିବାକୁ ପାଇଥିଲା। ତେବେ କେଉଁ କାରଣ ପାଇଁ ଦୁଷ୍ମନ୍ତ ସ୍ତ୍ରୀଙ୍କୁ ହତ୍ୟା କରିଛି ତାହା ଜଣାପଡ଼ି ନାହିଁ। ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରି ଶବ ଉଦ୍ଧାର କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ । ବର୍ତ୍ତମାନ ସୁଦ୍ଧା ଯେଉଁ କାରଣରୁ ସ୍ତ୍ରୀ କୁ ସ୍ୱାମୀ ହତ୍ୟା କରିଛି ଜଣାପଡି ନାହିଁ ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.