June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଗ୍ୟାସ ସିଲିଣ୍ତର ଫାଟି ଜଳିଗଲା ଦୁଇ ଘର

ବନ୍ତଳା: ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ଅଧୀନରେ ଥିବା ବଲଙ୍ଗ ଗ୍ରାମରେ ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀପ ବିଶ୍ଵାଳଙ୍କ ଦୁଇ ବଖରା ଘର ସହ ଘର ଭିତରେ ଥିବା ସୁନା, ନଗଦ ଟଙ୍କା, ଅଧିକ ସଂଖ୍ୟାରେ ଛେଳି, ମୁଗ, ଧାନ, ବିରି ଫସଲ ସମେତ ସମସ୍ତ କିଛି ଅଗ୍ନିକାଣ୍ଡରେ ଜଳି ପାଉଁଶ ହୋଇଯାଇଛି ।

ସ୍ଥାନୀୟ ସୂଚନା ଅନୁସାରେ, ରାତିରେ ସର୍ଟ ସର୍କିଟ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ଓ ନିଆଁ ତିବ୍ର ଗତିରେ ବିସ୍ତାର ହୋଇ ଦୁଇ ଘରକୁ ସମ୍ପୂର୍ଣ୍ଣ ଭସ୍ମୀଭୂତ କରିଥିଲା । ଅଗ୍ନିଶମ ବିଭାଗକୁ ସୂଚନା ମିଳିବା ପରେ ରାତି ୧ଟା ମାନେ ଦଳ ପହଞ୍ଚି ଅଗ୍ନି ନିୟନ୍ତ୍ରଣ କରିଥିଲେ । ଏହି ଅଗ୍ନିକାଣ୍ଡ ସମୟରେ ଦୁଇଟି ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହେବାରୁ ଗାଁ ଲୋକମାନେ ଭୟଭୀତ ହୋଇ ଉଜାଗର ରହିଥିଲେ । ସମସ୍ତ ଗ୍ରାମରେ ଏହି ଘଟଣା ଦୁଃଖର ସମୁଦ୍ର ଛାଇଛି । ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅକ୍ଷଣ୍ଡ କ୍ଷତିର ଅନୁମାନ ଓ ସହଯୋଗ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.