June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ମୁସ୍ତାଫାବାଦରେ ଭୁଶୁଡ଼ିଲା ଚାରି ମହଲା କୋଠା , ୧୧ ମୃତ

ବିଜୟ ପଥ: ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳର ଶକ୍ତି ବିହାର ଏକ ଭୟଙ୍କର ଦୁର୍ଘଟଣାର ସାକ୍ଷୀ ହେଲା। ଶନିବାର (୧୯ ଏପ୍ରିଲ) ପ୍ରତ୍ୟୁଷରେ ଏଠି ଥିବା ଏକ ଚାରି ମହଲା କୋଠା ଅଚାନକ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣ ଜୀବନ ହାରାଇଛନ୍ତି୨୨ ଜଣ ଉଦ୍ଧାର ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଦେଖି ଅଞ୍ଚଳରେ ଆତଙ୍କ ଛାଇଯାଇଛି। ଦୁର୍ଘଟଣା ପରେ ଏମସିଡି ମେୟର ମହେଶ ଖିଚି ଦାୟୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ବିଧାୟକ ମୋହନ ସିଂହ ବିଷ୍ଟ ଏହି ଦୁର୍ଘଟଣା ପାଇଁ ସରକାରୀ ଅବ୍ୟବସ୍ଥାକୁ ଦୋଷ ଦେଇ କହିଛନ୍ତି, “ମୁଁ ନିର୍ବାଚନ ଜିତିବା ପରଠାରୁ ଏହି ବେଆଇନ କୋଠା ନିର୍ମାଣ ବିଷୟ ଉପରେ ଲଢ଼ୁଛି। ସଠିକ କାର୍ଯ୍ୟାନୁଷ୍ଠାନ ହେଉଥାନ୍ତା, ଆଜି ଏମିତି ଦୁଃଖଦ ଘଟଣା ଦେଖିବାକୁ ପଡ଼ନଥାନ୍ତା।” ଏହି ଘଟଣା ମୁସ୍ତାଫାବାଦ ଅଞ୍ଚଳରେ ଥିବା ବେଆଇନ ନିର୍ମାଣ ଓ ନଗର ଯୋଜନା ଅନୁପାଳନର ଅଭାବ ପ୍ରଶ୍ନରେ ପୁଣିଥରେ ଆଙ୍ଗୁଳି ଉଠାଇଛି। ସ୍ଥାନୀୟ ବାସିନ୍ଦା ଏବଂ ସାମାଜିକ ସଂଗଠନ ଏହି ଅଞ୍ଚଳରେ ସୁରକ୍ଷିତ ନିର୍ମାଣ ଏବଂ ଅନୁମୋଦିତ ନୀତି ଚାଲୁ କରିବା ପାଇଁ ଦବାବ ଦେଉଛନ୍ତି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.