June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ମାଲେସିଆ ଯିବେ ଓଡି଼ଶା ଚାଷୀ, ଶିଖିବେ ଆଧୁନିକ କୃଷି ପ୍ରଣାଳୀ

ଭୁବନେଶ୍ବର: ବିଦେଶ ଯିବେ ଓଡ଼ିଆ ଚାଷୀ । ଶିଖିବେ ଆଧୁନିକ କୃଷି ପ୍ରଣାଳୀ । ମାଲେସିଆ ଗସ୍ତରେ ଯିବେ କୃଷକ ଓ କୃଷି ଅଧିକାରୀ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ,ଜଳସଂପଦ ବିଭାଗର ମିଳିତ ସହଯୋଗରେ ୧୪ ଜଣ କୃଷକ ଓ ୧୪ ଜଣ ଅଫିସରଙ୍କୁ ମନୋନୀତ କରାଯାଇଛି । ଶୁକ୍ରବାର ଆନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏପ୍ରିଲ ୧୯ରୁ ୨୬ ଯାଏ ୮ଦିନିଆ ବିଦେଶ ଗସ୍ତ କାର୍ଯ୍ୟକ୍ରମ ରହିଛି । ଗସ୍ତ କାଳରେ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ କରିବେ ଚାଷୀ ଓ କୃଷି ଅଧିକାରୀ ।

ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଉଦ୍ୟାନ କୃଷି ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବା ପାଇଁ ସେଠାରେ ସୁଯୋଗ ମିଳିବ । ରାଜ୍ୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ବ୍ୟବସାୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ହେଉଛି । ମାଲେସିଆ ଗସ୍ତ କାଳରେ ପ୍ରତି ଦିନର ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଷୀ ଓ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ମାଲେସିଆରୁ ଓଡ଼ିଶା ଫେରିବା ପରେ ୩ଦିନ ମଧ୍ୟରେ ସମସ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ନଦେଲେ ପଦନ୍ନୋତି ସମୟରେ ବିଚାର କରାଯିବ ବୋଲି ଚେତାଇ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.