ଓଡି଼ଶାକୁ ୪ ହଜାର କୋଟି ଟଙ୍କାର ଭେଟି, ୧୯ଟି ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ..

ଭୁବନେଶ୍ବର: ଓଡ଼ିଶାର ଭିତ୍ତିଭୂମି ବକାଶରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ପ୍ରକଳ୍ପଗୁଡ଼ିକ ଭେଟି ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ୧୯ଟି ରାସ୍ତାରେ ୪ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟରେ ୧୫୪ଟି ରାଜରାସ୍ତା, ବ୍ରିଜ ଓ ଫ୍ଲାଏଓଭର ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହା କହିଛନ୍ତି।
ରାଜ୍ୟରେ ୧୯ଟି ଜାତୀୟ ରାଜପଥ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ। ଓଡ଼ିଶାର ବିକାଶରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ସବୁ ପ୍ରକଳ୍ପ କାମ ସଂପୂର୍ଣ୍ଣ ହେଲେ ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ। ଓଡ଼ିଶାର ବିକାଶକୁ ନୂଆ ବଳ ମିଳିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ୨ଟି ଜାତୀୟ ରାଜପଥ ଲୋକାର୍ପଣ କରିଥିବା ବେଳେ ୧୭ଟି ଜାତୀୟ ରାଜପଥ ପାଇଁ ଶିଳାନ୍ୟାସ କରିଛନ୍ତି।