୧୪ବର୍ଷ ପରେ ଆସୁଛି ‘ହଣ୍ଟେଡ 3D’ ସିକ୍ୱେଲ

୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ‘ହଣ୍ଟେଡ 3D’, ସେହି ସମୟର ଭଟ୍ଟ କ୍ୟାମ୍ପର ଶ୍ରେଷ୍ଠ ହରର୍ ଫିଲ୍ମ ମଧ୍ୟରୁ ଗୋଟିଏ । ଫିଲ୍ମରେ ମିମୋହ ଚକ୍ରବର୍ତ୍ତୀ ଏବଂ ଟିଆ ବାଜପେୟୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ବିକ୍ରମ ଭଟ୍ଟଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ପ୍ରମାଣିତ ହୋଇଥିଲା ।
ପ୍ରାୟ ୧୪ ବର୍ଷ ପରେ, ନିର୍ମାତା ‘ହଣ୍ଟେଡ 3D’ର ସିକ୍ୱେଲ୍ ସହିତ ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି । ‘ହଣ୍ଟିଂ 3D’ର ସିକ୍ୱେଲର ପ୍ରଯୋଜକ ଆନନ୍ଦ ପଣ୍ଡିତ ଫିଲ୍ମର ଟାଇଟଲ୍ ଏବଂ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହା ସହିତ ସେ ଫିଲ୍ମର ଷ୍ଟାରକାଷ୍ଟ ବିଷୟରେ ମଧ୍ୟ ପ୍ରକାଶ କରିଛନ୍ତି । ୧୬ ଏପ୍ରିଲରେ, ଆନନ୍ଦ ପଣ୍ଡିତ ଫିଲ୍ମର ସିକ୍ୱେଲର ଏକ ମୋସନ୍ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଥିଲେ, ‘୧୯୨୦: ହର୍ର୍ସ ଅଫ୍ ଦି ହାର୍ଟର ସଫଳତା ପରେ ମହେଶ ଭଟ୍ଟ ଏବଂ ବିକ୍ରମ ଭଟ୍ଟଙ୍କ ସହିତ ପୁନଃମିଳନ କରିବାକୁ ରୋମାଞ୍ଚିତ, ଆମର ପରବର୍ତ୍ତୀ କାହାଣୀ ‘ହଣ୍ଟେଡ୍ 3D: ଘୋଷ୍ଟସ୍ ଅଫ୍ ଦ ପାଷ୍ଟ’ ଯେଉଁଥିରେ ମହାଅକ୍ଷୟ ଚକ୍ରବର୍ତ୍ତୀ ଏବଂ ଚେତନା ପାଣ୍ଡେ ମୁଖ୍ୟ ଭୂମିକାରେ ଅଛନ୍ତି ।
ଏହି ଦିନ ରିଲିଜ ହେବ ଫିଲ୍ମ
ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆନନ୍ଦ ପଣ୍ଡିତ ମୋସନ୍ ପିକଚର୍ସ ଏବଂ ମହେଶ ଭଟ୍ଟଙ୍କ ଦ୍ୱାରା ଉପସ୍ଥାପିତ ହେବ । ହଣ୍ଟେଡ୍ 3D: ଘୋଷ୍ଟସ୍ ଅଫ୍ ଦି ପାଷ୍ଟ’ ୨୬ ସେପ୍ଟେମ୍ବର, ୨୦୨୫ରେ ମୁକ୍ତିଲାଭ କରିବ । ୧୯୨୦: ହର୍ର୍ସ ଅଫ୍ ଦ ହାର୍ଟ’ର ସଫଳତା ପରେ, ମହେଶ ଭଟ୍ଟ, ଆନନ୍ଦ ପଣ୍ଡିତ ଏବଂ ବିକ୍ରମ ଭଟ୍ଟଙ୍କ ତ୍ରିମୂର୍ତ୍ତି ‘ହଣ୍ଟେଡ୍ 3D: ଘୋଷ୍ଟସ୍ ଅଫ୍ ଦି ପାଷ୍ଟ’ ପାଇଁ ପୁଣି ଥରେ ଏକାଠି ହେଉଛନ୍ତି ।