June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ୪ ହଜାର କୋଟି ଟଙ୍କା ପ୍ରକଳ୍ପର କରିବେ ଶୁଭାରମ୍ଭ..

ଭୁବନେଶ୍ବର: ଆସନ୍ତାକାଲି (ଗୁରୁବାର) ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଗଡ଼କରୀ ଗୁରୁବାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଫଳରେ ରାଜ୍ୟର ସଡ଼କ ଭିତ୍ତିଭୂମିକୁ ଏକ ବଡ଼ ଧରଣର ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି। ଦିନିକିଆ ରାଜ୍ୟ ଗସ୍ତରେ ଆସୁଥିବା ଗଡ଼କରୀ ୪ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବା ସହ ରାଜ୍ୟରେ ଚାଲିଥିବା ରାଜପଥ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀ ଅବସରରେ ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡ. ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗଡ଼କରୀ ବରମୁଣ୍ଡା ଯାଇ ପାଖାପାଖି ୩୨୦୦ କୋଟି ଟଙ୍କାର ୧୭ଟି ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପ୍ରାୟ ୮୨୦ କୋଟି ଟଙ୍କାର ଦୁଇଟି ପ୍ରକଳ୍ପର ଉଦଘାଟନ କରିବେ। ତାଳଚେରରୁ କାମାକ୍ଷାନଗର ଜାତୀୟ ରାଜପଥ-୧୪୯ ଓ ୫୩କୁ ୭୯୫ କୋଟି ଟଙ୍କା ବ୍ୟୟରେ ୪ ଲେନ୍ ଏବଂ ୧୬ ନମ୍ବର ଜାତୀୟ ରାଜପଥର ବାଲିକୁଦା, ଶିଖରପୁର ଓ ବଡ଼ଚଣାଠାରେ ୪୬ କୋଟି ଟଙ୍କାରେ ଅଣ୍ଡର ପାସ ନିର୍ମାଣ କରାଯିବ ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.