ୱାକଫ ଆଇନକୁ ନେଇ ଆରମ୍ଭ ହେଲା ଆଇନଗତ ଲଢ଼େଇ

ବିଜୟ ପଥ: ଆରମ୍ଭ ହୋଇଯାଇଛି ସୁପ୍ରିମକୋର୍ଟରେ ୱାକଫ ବିଲ୍ ଉପରେ ଶୁଣାଣି । ଏହି ଆଇନ ବିରୋଧରେ ୨୦ରୁ ଅଧିକ ଆବେଦନ ଦାଖଲ ହୋଇଛି । ଏହି ମାମଲାର ଶୁଣାଣି ସିଜେଆଇ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଦୁଇ ଜଣିଆ କରୁଛନ୍ତି । ଆବେଦନଗୁଡ଼ିକରେ କୁହାଯାଇଛି ଯେ, ୱାକଫ ଆଇନରେ କରାଯାଇଥିବା ସଂଶୋଧନ ଅସାମ୍ବିଧାନିକ । ଏହା ମୁସଲିମ ସମ୍ପ୍ରଦାୟ ପ୍ରତି ପକ୍ଷପାତିତା କରେ ଏବଂ ସରକାରଙ୍କୁ ମନମୁଖୀ ନିଷ୍ପତ୍ତି ନେବାର କ୍ଷମତା ଦିଏ । ତେଣୁ ଏହି ଆଇନକୁ ରଦ୍ଦ କରିବା ଏବଂ ଏହାର କାର୍ଯ୍ୟକାରିତା ବନ୍ଦ କରିବା ପାଇଁ ଦାବି ହୋଇଛି । କଂଗ୍ରେସ, ଜେଡିୟୁ, ଆମ ଆଦମୀ ପାର୍ଟି, ଡିଏମକେ, ସିପିଆଇ ଭଳି ଦଳଗୁଡ଼ିକ ମଧ୍ୟ ଏହି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଏହା ସହିତ, ଜମିୟତ ଉଲେମା-ଏ-ହିନ୍ଦ, ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ଏବଂ କିଛି ଏନଜିଓ ମଧ୍ୟ ଏହି ଆଇନର ସଂଶୋଧନ ବିରୋଧରେ ଅଛନ୍ତି । କଂଗ୍ରେସ ସାଂସଦ ମହମ୍ମଦ ଜାଭେଦଙ୍କ ସମେତ ଅନେକ ଆବେଦନକାରୀ ବ୍ୟକ୍ତିଗତ ଭାବରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଶୁଣାଣି ସମୟରେ କପିଲ ସିବଲ କହିଥିଲେ ଯେ, ଏହା ଧାର୍ମିକ ମାମଲାରେ ହସ୍ତକ୍ଷେପ । ସମ୍ବିଧାନ ଧାର୍ମିକ ବିଷୟ ପରିଚାଳନା କରିବାର ଅଧିକାର ଦେଇଛି । ଏହି ସମୟରେ, ସେ ନୂତନ ଆଇନର ତ୍ରୁଟିଗୁଡ଼ିକୁ ଦର୍ଶାଇଥିଲେ । ସେହି ସମୟରେ, ସିଜେଆଇ ଆବେଦନକାରୀଙ୍କୁ ପଚାରିଲେ ଯେ, ଆପଣଙ୍କର ମୁଖ୍ୟ ଯୁକ୍ତି କ’ଣ ? ଏହା ଉପରେ କପିଲ ସିବଲ କହିଛନ୍ତି ଯେ, ଏହି ଆଇନ ଧାର୍ମିକ ସ୍ୱାଧୀନତାର ଉଲ୍ଲଂଘନ ।