June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ସୁନା ବଜାରରେ ନିଆଁ, ହୁହୁ ହୋଇ ବଢୁଛି ଦର..

ବିଜୟ ପଥ: ଆକାଶ ଛୁଆଁ ସୁନା ଦର । ଗୋଟିଏ ଦିନ ସୁନା କମିବା ପରେ ପୁଣି ଉପର ମୁହାଁ ହୋଇଛି ଗ୍ରାଫ୍ । ବିଦେଶରେ ସୁନା ମହଙ୍ଗା ହେଲେ ଭାରତୀୟ ବଜାରରେ ତାହାର ପ୍ରଭାବ ଅନୁଭୂତ ହେବ। ଭାରତରେ ସୁନାର ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ବିଶ୍ବସ୍ତରୀୟ ସଂସ୍ଥା ଗୋଲ୍ଡମ୍ୟାନ୍‌ ସଚ୍‌ସ ଆକଳନ କରିଛି। ଯଦି ବିଶ୍ବରେ ବାଣିଜିକ ସମସ୍ୟା ଦେଖାଦିଏ ତେବେ ସୁନା ଦର ୩୭୦୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସଂସ୍ଥା ଆକଳନ କରିଛି ।

ତେବେ ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୯୬, ୧୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୮ ହଜାର ୧୫୦ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୬ ହଜାର ୧୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୮ ହଜାର ୧୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ସୁନା ସହିତ ରୂପାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ରୂପା କିଲୋଗ୍ରାମ ପିଛା ଲକ୍ଷେ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଏହାର ଦର ୯୫,୫୦୦ ଟଙ୍କାରେ ଥିଲା ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.