ନୂଆ ବର୍ଷ ପାଇଁ କ’ଣ କହୁଛି ପଞ୍ଜିକା, ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ବିଜୟ ପଥ: କେମିତି କଟିବ ନୂଆ ବର୍ଷ । କ’ଣ ରହିଛି ଭବିଷ୍ୟତ ପାଇଁ ପାଞ୍ଜିକାରଙ୍କ ସଂକେତ । ଚଳିତ ବର୍ଷ ପାଇଁ କ’ଣ କହୁଛି ପଞ୍ଜିକା । ତେବେ ପଣା ସଂକ୍ରାନ୍ତି ଠାରୁ ଓଡିଆ ନବ ବର୍ଷ ସହ ନୂତନ ପଞ୍ଜିକା ପ୍ରଚଳିତ ହୋଇଥାଏ । ପାଞ୍ଜିକାର ଓ ଜ୍ୟୋତିର୍ବିଜ୍ଞାନଙ୍କ ଗଣନା ଅନୁସାରେ ବିଭିନ୍ନ ଭବିଷ୍ୟବାଣୀ ଓ ସୂଚନା ପ୍ରଦାନ କରାଯାଇଥାଏ । ନୂତନ ପାଞ୍ଜିକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । କିଭଳି ରହିବ ରାଜ୍ୟ ତଥା ଦେଶର ପାଣିପାଗ ? କଣ ରହିବ ରାଜନୈତିିକ ହାଲଚାଲ ? ଚାଷ ଓ ପ୍ରାକୃତିକ ବିପତ୍ତିକୁ ନେଇ କଣ ରହିିଛି ଭବିଷ୍ୟତବାଣୀ ? କେମିତି ରହିବ ରାଜ୍ଯ, ଦେଶ ତଥା ବିଶ୍ବର ସ୍ଥିତି ? ତବେ ଚାଲନ୍ତୁ ଜାଣିବା ଏହି ସବୁ ପ୍ରଶ୍ନକୁ ନେଇ କ’ଣ କହୁଛି ଆମ ପଞ୍ଜିକା…..
ସାରା ବିଶ୍ବରେ ସ୍ଥିତିକୁ ଦେଖିଲେ ଅସ୍ଥିରତା ଲାଗି ରହିବ। ବିଭିନ୍ନ ଦେଶ ଦେଶ ମଧ୍ୟରେ ସଂଘର୍ଷ ଏବଂ ଅର୍ନ୍ତଦ୍ବନ୍ଦ ଲାଗି ରହିବ। ଭାରତ ସାରା ବିଶ୍ବରେ ଶାନ୍ତି, ମୈତ୍ରୀ, ପ୍ରଗତି ଏବଂ ଭାଇଚାରାର ନେତୃତ୍ବ ନେଇ କାର୍ଯ୍ୟ କରିବ। ସେହିପରି ଭାରତରେ ଦୃଢ଼ ରାଜନୈତିକ ନେତୃତ୍ୱ ଯୋଗୁ ଅନେକ ବାଧାବିଘ୍ନକୁ ସଠିକ୍ ଢଙ୍ଗରେ ମୁକାବିଲା କରିବ। ଦେଶ ଭିତରେ ଏବଂ ଦେଶ ବାହାରୁ ଅନେକ ଶତ୍ରୁ ଭାରତକୁ ଦୁର୍ବଳ କରିବା ପାଇଁ ଅନେକ ଚକ୍ରାନ୍ତ କରିବେ। ସେହିପରି ଭାରତରେ ମଧ୍ୟ ବନ୍ୟା, ବାତ୍ୟା, ମରୁଡ଼ି ଭଳି ଅନେକ ପ୍ରାକୃତିକ ଦୁର୍ବିପାକ ଦେଖାଦେବ। ଏହି ଦ୍ବାରା ଅନେକ କ୍ଷୟକ୍ଷତି ହେବାର ମଧ୍ୟ ସମ୍ଭାବନା ରହିଛି। ତେବେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଅର୍ଥନୀତିରେ ଦେଶ ଭଲ ପ୍ରଗତି କରିବ ବୋଲି ପଞ୍ଜିକାରେ ଉଲ୍ଲେଖ ରହିଛି।
ସେହିପରି ଓଡ଼ିଶାରେ ରାଜନୈତିକ କ୍ଷେତ୍ରରେ ଅନେକ ଗୋଷ୍ଠୀ କନ୍ଦଳ, ଷଡ଼ଯନ୍ତ୍ର ଲାଗି ରହିବ। ଚଳିତ ବର୍ଷ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ରହିଛି ରାଜ୍ୟକୁ। ରାଜ୍ୟର କେତେକ ଅଞ୍ଚଳରେ ମରୁଡ଼ି ଯୋଗୁ କୃଷିରେ କ୍ଷତି ଘଟିବାର ଆଶଙ୍କା ରହିଛି। ପାଞ୍ଜିରେ ଥିବା ତଥ୍ୟ ଅନୁଯାୟୀ ଓଡ଼ିଶା ପାଇଁ ବିଶେଷ ଅଶୁଭ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଏବଂ ଆର୍ଥିକ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିବ। ଶହେ ଭାଗରୁ ୭୫ ଭାଗ ଭଲ ଥିବାବେଳେ ୨୫ ଭାଗ ଅଶୁଭ ଫଳ ରହିବ। ଏ ବର୍ଷ ୪ଥର ପଞ୍ଚଗ୍ରହକୂଟ ଥିବାରୁ ବାରମ୍ବାର ସଡକ ଦୁର୍ଘଟଣା, ଚୋରି, ଡକାୟତି ଓ ହିଂସା ଯୋଗୁ ଧନଜୀବନ ହାନିର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ କଥା ଦେଖିବାକୁ ଗଲେ ଚଳିତ ବର୍ଷ ଶେଷାର୍ଦ୍ଧରେ ଅର୍ଥାତ୍ ନଭେମ୍ବର ଶେଷ ଆଡ଼କୁ ସଂକ୍ରାମକ ରୋଗ ସ୍ଥିତି ବଢ଼ିପାରେ । ଭୟାବହ ସ୍ଥିତି ନହେଲେ ବି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହେବ, ଲୋକେ ହନ୍ତସନ୍ତ ହେବେ ବୋଲିି ମାଳିକାରେ ଉଲ୍ଲେଖ କରାଯାଇଛି ।
ଚଳିତ ବର୍ଷ ରାଜ୍ୟରେ ସମୟୋପଯୋଗୀ ବୃଷ୍ଟିପାତ ଓ ଉତ୍ତମ ଫସଲ ଉତ୍ପାଦନ ହେବ ବୋଲି ପାଞ୍ଜିକାର ଗଣନା କରିଛନ୍ତି । ମାତ୍ର ଶନିଙ୍କ ଅବସ୍ଥିତି ଯୋଗୁଁ ରାଜ୍ୟରେ ବନ୍ୟା ଓ ବାତ୍ୟା ଭୟ, ପାରସ୍ପରିକ କଳହ, ଭୂକମ୍ପ ଆଶଙ୍କା ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଅନୁରୂପ ଭାବେ ମଙ୍ଗଳଙ୍କ ଅବସ୍ଥିତି ଯୋଗୁଁ ରାଜା ଓ ପ୍ରଜାଙ୍କ ମଧ୍ୟରେ ଅବିଶ୍ଵାସର ବାତାବରଣ ସୃଷ୍ଟି ହେବ । ତେବେ ପଞ୍ଜିକାର ସୂଚନାକୁ ମାନି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ଓ ସତର୍କତାର ସହିତ ଆଗକୁ ବଢ଼ନ୍ତୁ।