June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଭୁଶୁଡ଼ୁଛି ମାଓଦୁୁର୍ଗ, ଆତ୍ମସମର୍ପଣ କଲେ ୨୪ ହାର୍ଡକୋର ମାଓବାଦୀ

ମାଲକାନଗିରି: ୨୪ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ପୂର୍ବ ବସ୍ତର ଡିଭିଜନର ଭୈରମଗଡ଼ ଏରିଆ କମିଟିର ୨୪ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଆସାମ, AOB ଡିଭିଜନ PLGA ସଦସ୍ୟ, ପାର୍ଟି ମେମ୍ବର ଭଳି ହାର୍ଡକୋର ମାଓବାଦୀ ରହିଛନ୍ତି । ସେମାନଙ୍କ ନାଁରେ ୨୮ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । ସୁରକ୍ଷାକର୍ମୀଙ୍କ କଡ଼ା ସୁରକ୍ଷା ସହ ମାଓ ଦମନ ଅପରେସନ ଚଳାଇଥିବାରୁ ଭୟଭୀତ ହୋଇପଡ଼ିଛନ୍ତି ମାଓବାଦୀ । ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରଙ୍କ ସବୁ ପ୍ରକାର ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଛତିଶଗଡ଼ ବିଜାପୁର SP ଜିତେନ୍ଦ୍ର ଚୌହାନ ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.