June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଖାଇକୁ ଖସିଲା ବସ୍, ୪ ଜଣ ମୃତ ଅନେକ ଆହତ

ବିଜୟ ପଥ: ଜମ୍ମୁ କଶ୍ମୀରରେ ଖାଇକୁ ଖସିଲା ବସ । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଥିବା ସୂଚନା । ସୂଚନା ଅନୁଯାୟୀ ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲା ଗନି ମେଣ୍ଡର ଅଞ୍ଚଳରେ ଘଟିିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା ପରେ ସେନା ଯବାନ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ ଭର୍ତ୍ତି କରାଯାଇଛି । ତେବେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ଖାଇକୁ ଖସିପଡିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ପୋଲିସ ମାମଲାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ଦୁଇଦିନ ତଳେ ସେନାର ଏକ ଗାଡି ଜମ୍ମୁ କଶ୍ମୀର ରାମବନ ଜିଲ୍ଲାରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ୩ ଜଣ ଯବାନଙ୍କ ଜୀବନ ଚାଲିଯାଇଥିଲା । ପୋଲିସ, ଏସଡିଆରଏଫ, ସେନା ଓ ସ୍ଥାନୀୟ ଲୋକେ ଉଦ୍ଧାର ଅଭିଯାନରେ ସାମିଲ ହୋଇଥିଲେ । ସେମାନଙ୍କୁ ଅମିତ କୁମାର, ସୁଜିତ କୁମାର ଓ ମନ ବାହାଦୂର ଭାବେ ଚିହ୍ନଟ କରାଯାଇଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.